Hindi News >>Home >>Odisha Trending

Seema Haider: ଏହି ଦଳରୁ ନିର୍ବାଚନ ଲଢିପାରିବେ ସୀମା ହାଇଦର, ମହିଳା ୱିଙ୍ଗ ଅଧ୍ୟକ୍ଷ ପାଇଁ ଅଫର

Seema Haider: ପାକିସ୍ତାନୀ ମହିଳା ସୀମା ହାଇଦର କେନ୍ଦ୍ରମନ୍ତ୍ରୀ ରାମଦାସଙ୍କ ଦଳ ତଥା ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ଠାରୁ ଏକ ବଡ ଅଫର ପାଇଥିବା କୁହାଯାଉଛି ।

Advertisement
Seema Haider: ଏହି ଦଳରୁ ନିର୍ବାଚନ ଲଢିପାରିବେ ସୀମା ହାଇଦର, ମହିଳା ୱିଙ୍ଗ ଅଧ୍ୟକ୍ଷ ପାଇଁ ଅଫର
Stop
Soubhagya Ranjan Mishra|Updated: Aug 04, 2023, 04:52 PM IST

Seema Haider: ପବଜୀ ଖେଳରୁ ପ୍ରେମ ଆଉ ପ୍ରେମିକକୁ ଭେଟିବା ପାଇଁ ପାକିସ୍ତାନ (Pakistan)ରୁ ଭାରତ ଆସିଥିବା ସୀମା ହାଇଦାରଙ୍କ ବିଷୟରେ ଜଣା ପଡିବା ଦିନଠାରୁ ସୀମା ଓ ତାଙ୍କ ବୟଫ୍ରେଣ୍ଡ୍ (Boyfriend) ଉଭୟଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ନିକଟରେ ଏହା ଶୁଣିବାକୁ ମିଳିଥିଲା ​​ଯେ, ସୀମାଙ୍କୁ ଜଣେ ଚଳଚ୍ଚିତ୍ର ପ୍ରଯୋଜକ (Film producer) ଏକ ସିନେମା ପାଇଁ ଅଫର ଦେଇଥିଲେ । ବର୍ତ୍ତମାନ ଆଉ ଏକ ଭିନ୍ନ ଚର୍ଚ୍ଚା ମଧ୍ୟ ସାମ୍ନାକୁ ଆସୁଛି । ଏବେ ଆଲୋଚନା ହେଉଛି ଯେ, ସୀମା ହାଇଦର ୨୦୨୪ ରେ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (RPI), କେନ୍ଦ୍ରମନ୍ତ୍ରୀ ରାମଦାସ (Central minister ramdas athawale)ଙ୍କ ଦଳରୁ ନିର୍ବାଚନରେ ଭାଗ ନେଇପାରନ୍ତି । ବିନା ଭିସାରେ ଭାରତକୁ ଆସିଥିବା ସୀମା ହାଇଦର ବର୍ତ୍ତମାନ ସମ୍ପୂର୍ଣ୍ଣ ସତ ସ୍ୱିକାର କରିଛନ୍ତି । ସେ କହିଛନ୍ତି ଯେ, ମୁଁ ପବଜୀ ଖେଳରୁ ସଚୀନଙ୍କୁ ଜାଣିଲି । କିଛିଦିନ ଆମେ କଥା ହେବା ପରେ ଦୁହେଁ ଦେଖା କରିବାକୁ ଯୋଜନା କରିଥିଲୁ ।

ସୀମା ହାଇଦର ଯେବେଠାରୁ ଭାରତ ଆସିଛନ୍ତି, ସେବେଠାରୁ ସେ, ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥାର ରାଡାର ଅଧୀନରେ ଅଛନ୍ତି । ସେ ଯେଉଁଆଡେ ଯାଉଛନ୍ତି ସବୁକିଛି ନିକଟସ୍ଥ ପୋଲିସ ଷ୍ଟେଶନ (Police station)ରେ ଜଣାଉଛନ୍ତି । ସୀମା ଓ ସଚୀନଙ୍କ ପ୍ରେମ (Love) ବିଷୟରେ ସମଗ୍ର ଦେଶରେ ଆଲୋଚନା କରାଯାଉଛି । କିନ୍ତୁ ବର୍ତ୍ତମାନ ଆଲୋଚନା ବଢିବାର ଅନ୍ୟ ଏକ କାରଣ ହେଉଛି ଏହା ଯେ, କିଛି ଦିନ ହେବ ସୀମାଙ୍କୁ ଏକ ବଡ଼ ଅଫର (Big offer) ମିଳିଛି । କୁହାଯାଉଛି ଯେ, ସୀମା ହାଇଦର ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ (Loksabha election)ରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ), କେନ୍ଦ୍ରୀୟ ମନ୍ତ୍ରୀ ରାମଦାସଙ୍କ ଦଳୀୟ ଚିହ୍ନରୁ ସୀମା ହାଇଦରଙ୍କୁ ଗୁରବାର ଦିନ ଏକ ରାଜନୈତିକ ନିମନ୍ତ୍ରଣ ପତ୍ର ପଠାଯାଇଛି । କେବଳ ସେତିକି ନୁହେଁ, ସୀମା ହାଇଦର ଉକ୍ତ ଅଫରକୁ ଗ୍ରହଣ କରିଛନ୍ତି ବୋଲି ଦାବି କରାଯାଉଛି। ଆରପିଆଇର ରାଷ୍ଟ୍ରୀୟ ଉପସଭାପତି କିଶୋର ମାସୁମ୍ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଲୋକସଭା ନିର୍ବାଚନରେ ବିଷୟରେ କହିଛନ୍ତି। ଭିଡିଓ ବାର୍ତ୍ତାରେ କିଶୋର ମାସୁମ କହିଛନ୍ତି ଯେ, ଯଦି ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ସୀମା ହାଇଦରଙ୍କୁ କ୍ଲିନ୍ ଚିଟ୍ (Clean shit) ମିଳିବ ତେବେ ସେ ଭାରତୀୟ ନାଗରିକତ୍ୱ (Indian citizenship) ପାଇପାରିବେ । ଭାରତୀୟ ହେବା ପରେ ତାଙ୍କୁ ରାଜନୈତିକ ଦଳ (Political party)ରେ ସାମିଲ୍ କରାଯାଇପାରିବ । ମାସୁଦ ଏକଥା ମଧ୍ୟ କହିଛନ୍ତି ଯେ, ସୀମା ହାଇଦରଙ୍କୁ ଦଳର ୟୁପି ମହିଳା ଶାଖାର ସଭାପତି ତଥା ଜାତୀୟ ମୁଖପାତ୍ର (National Spokesperson) ଭାବରେ ମଧ୍ୟ ନିଯୁକ୍ତି ଦିଆଯାଇପାରିବ । 

ସୂଚନାଯୋଗ୍ୟ, ସୀମା ଓ ସଚୀନଙ୍କ ପ୍ରେମ କାହାଣୀ ପବଜୀ ଖେଳରୁ ଆରମ୍ଭ ହୋଇଥିଲା । ସୀମା ହାଇଦର ସଚୀନଙ୍କୁ ଭେଟିବା ପାଇଁ ପ୍ରଥମେ ପାକିସ୍ତାନରୁ ଦୁବାଇ ଓ ପରେ ଦୁବାଇରୁ ନେପାଳରେ ପହଞ୍ଚିଥିଲେ । ୩ଟି ବସ୍ ପରିବର୍ତ୍ତନ କରି ନେପାଳରୁ ଭାରତର ଉତ୍ତରପ୍ରଦେଶ ସ୍ଥିତ ଗ୍ରେଟର ନୋଏଡାରେ ପହଞ୍ଚିଥିଲେ । ଗ୍ରେଟର ନୋଏଡାରେ ସଚୀନ ଓ ସୀମା ଉଭୟେ ପ୍ରଥମେ ଏକତ ଭଡ଼ା ଘରେ ରହୁଥିଲେ । କିନ୍ତୁ ପରେ ଏହି ଖବର ଭାଇରାଲ ହେବାପରେ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଥିଲା ।ସୀମାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ବ୍ୟକ୍ତିଙ୍କ ମନରେ ପ୍ରଶ୍ନବାଚୀ ଉଙ୍କି ମାରିଥିଲା । ତେବେ ସୀମାଙ୍କ ଗତୀବିଧି ଉପରେ ବର୍ତ୍ତମାନ ପୋଲିସ ନଜର ରଖିଛି ।

Also Read - Gratuity Benefits: ପୂର୍ବ କମ୍ପାନୀ ଦେଉନି କି ଗ୍ରାଚ୍ୟୁଇଟି? ଏହି ଉପାୟରେ ପାଇବେ ମୂଳ ଓ ସୁଧ

Read More
{}{}